ଆମ ବିଷୟରେ
ଓଡ଼ିଆ ଭାଷାରେ ପ୍ରୋଗ୍ରାମିଂ ଶିଖିବା ପାଇଁ ଏକ ସମ୍ପୂର୍ଣ୍ଣ ମୁକ୍ତ ଏବଂ ସହଜ ମଞ୍ଚ

ସଂସ୍ଥାପକଙ୍କ ବାର୍ତ୍ତା
👋 ଭାଇମାନେ, ବନ୍ଧୁମାନେ!
ମୁଁ ଏକ B.Tech graduate (Electrical and Computer Engineering) ଅଟେ। ପଢ଼ା ଶେଷ କରିବା ପରେ, ମୁଁ ଆମ ପରିବାରିକ ବ୍ୟବସାୟକୁ ସହଯୋଗ କରିବାକୁ ଆଗେଇଲି ଏବଂ ମୋ ଟେକ୍ନିକାଲ୍ ଦକ୍ଷତା ଦ୍ୱାରା ବ୍ୟବସାୟକୁ ଆଧୁନିକ ଭାବରେ ଉନ୍ନତ କରିଲି।
କିନ୍ତୁ ଏହି ସମସ୍ତର ମଧ୍ୟରେ ଗୋଟିଏ ଜିନିଷ ମୋ ମନରେ ଅନେକ ଗଭୀର ଭାବରେ ବସିଗଲା — କଲେଜ୍ ସମୟରେ ଯେଉଁବେଳେ ମୁଁ ପ୍ରୋଗ୍ରାମିଂ ଶିଖୁଥିଲି, ଓଡ଼ିଆ ଭାଷାରେ କୌଣସି ଭଲ ଶିକ୍ଷା ସାମଗ୍ରୀ ମିଳୁନଥିଲା। ସବୁଠି ଇଂରାଜୀ ଭିତରେ ହେଉଥିଲା। ଆଉ ସତ କଥା କହିବି, ନିଜ ମାତୃ ଭାଷାରେ ଶିଖିଲେ ଯେତେ ଦ୍ରୁତ ଏବଂ ଭଲ ବୁଝିପାରୁ, ତାହା କୌଣସି ଦ୍ୱିତୀୟ ଭାଷାରେ ହୁଏନି।
ଭାଷା କେବଳ କଥାବାର୍ତ୍ତା ପାଇଁ ନୁହେଁ, ଶିକ୍ଷାର ମୂଳ ଆଧାର। ଯେତେବେଳେ ଆମେ ନିଜ ଭାଷାରେ ପଢ଼ୁଛୁ, ଆମେ ଦ୍ରୁତ ବୁଝୁ, ଗଭୀର ଭାବେ ଗ୍ରହଣ କରୁ, ଆଉ ଆତ୍ମବିଶ୍ୱାସ ବଢ଼ିଥାଏ। ଏହିକଥା ମନେ ପକାଇ, ମୁଁ ଭାବିଲି ଯେ, ମୋ ପରେ ଆସୁଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଏହି ସମସ୍ୟା ସହ ଲଢ଼ୁଥିବେ। ତେଣୁ, ଏହି ଭିତରୁ ଜନ୍ମ ହେଲା ଏହି ମଞ୍ଚର — ଯେଉଁଠାରେ ଆମେ ଓଡ଼ିଆରେ ପ୍ରୋଗ୍ରାମିଂ ଶିଖିପାରିବା।
ଆଉ ଏଠାରେ ଆପଣଙ୍କୁ ହଜାର ହଜାର ଟଙ୍କା ଖର୍ଚ୍ଚ କରି କୋର୍ସ କିଣିବାକୁ ପଡ଼ିବ ନାହିଁ। ଏଠି ଆମ ଲକ୍ଷ୍ୟ ହେଉଛି — ସହଜ ଭାଷାରେ, ସହଜ ଢଂଗରେ, ମୁଫ୍ତ ଭାବରେ ଶିଖିପାଇଁ ସାହାଯ୍ୟ କରିବା।
ମୁଁ ଆଶା କରେ, ଏହି ଛୋଟ ପ୍ରୟାସ ଆପଣଙ୍କ ଲର୍ଣ୍ଣିଂ ଯାତ୍ରାରେ ଏକ ଭଲ ଗତି ଦେବ। ଆପଣମାନେ ଭଲ ଶିଖନ୍ତୁ, ସ୍ବପ୍ନ ସାକାର କରନ୍ତୁ!
ମୋର ସୁଭେଚ୍ଛା ଓ ଶୁଭକାମନା ! 🚀
ଆମର ଲକ୍ଷ୍ୟ
ଆମେ ଓଡ଼ିଆ ଭାଷାରେ ପ୍ରୋଗ୍ରାମିଂ ଶିଖାଇବା ପାଇଁ ପ୍ରତିଶ୍ରୁତିବଦ୍ଧ, ଯାହା ଦ୍ୱାରା ଆମର ଯୁବପିଢ଼ି ଟେକ୍ନୋଲୋଜି କ୍ଷେତ୍ରରେ ଆଗକୁ ବଢ଼ିପାରିବେ।
ଶିକ୍ଷା
ମାତୃଭାଷାରେ ପ୍ରୋଗ୍ରାମିଂ ଶିକ୍ଷା ଦେଇ ଶିକ୍ଷାର ବାଧାକୁ ଦୂର କରିବା।
ସଶକ୍ତିକରଣ
ଓଡ଼ିଆ ଭାଷୀ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ଯୁଗରେ ସଶକ୍ତ କରିବା।
ସମ୍ପ୍ରଦାୟ
ଏକ ସହଯୋଗୀ ଶିକ୍ଷଣ ସମ୍ପ୍ରଦାୟ ନିର୍ମାଣ କରିବା ଯେଉଁଠାରେ ସମସ୍ତେ ପରସ୍ପରକୁ ସାହାଯ୍ୟ କରିପାରିବେ।
ଆମର ମୂଲ୍ୟବୋଧ
ଆମେ ବିଶ୍ୱାସ କରୁ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜ ଭାଷାରେ ଶିକ୍ଷା ପାଇବାର ଅଧିକାର ଅଛି।



ମାତୃଭାଷାରେ ଶିକ୍ଷା
ଆମେ ବିଶ୍ୱାସ କରୁ ଯେ ନିଜ ଭାଷାରେ ଶିଖିବା ଦ୍ୱାରା ଜ୍ଞାନ ଅଧିକ ଗଭୀର ଏବଂ ସ୍ଥାୟୀ ହୁଏ।
ମୁକ୍ତ ଶିକ୍ଷା
ଆମେ ବିଶ୍ୱାସ କରୁ ଯେ ଶିକ୍ଷା ସମସ୍ତଙ୍କ ପାଇଁ ମୁକ୍ତ ଏବଂ ସୁଲଭ ହେବା ଉଚିତ।
ସମାବେଶୀ ସମ୍ପ୍ରଦାୟ
ଆମେ ଏକ ସହଯୋଗୀ ସମ୍ପ୍ରଦାୟ ନିର୍ମାଣ କରୁ ଯେଉଁଠାରେ ସମସ୍ତେ ଶିଖିପାରିବେ ଏବଂ ବଢ଼ିପାରିବେ।